ରୂତ
11ବର୍ତ୍ତମାନ ଏହା ବିଚାରକଗଣର ଶାସନ କରୁଥିବା ଦିନମାନଙ୍କରେ ସେହି ଦେଶରେ ଏକ ଦୁର୍ଭିକ୍ଷ ପଡ଼ିଲା। ପୁଣି ବେଥଲିହିମ-ଯିହୁଦାର ଜଣେ ଲୋକ ସେ ଓ ତାଙ୍କ ସ୍ତ୍ରୀ ଓ ତାଙ୍କର ଦୁଇ ପୁତ୍ରମାନେ ମୋୟାବ କ୍ଷେତ୍ରରେ ବାସ କରିବାକୁ ଗଲେ। 2ଆଉ ଲୋକର ନାମ ଏଲିମେଲକ ଥିଲା, ଓ ତାହାର ସ୍ତ୍ରୀଙ୍କ ନାମ ନୟମୀ ଥିଲା, ପୁଣି ତାହାର ଦୁଇ ପୁତ୍ରମାନଙ୍କ ନାମ ମହଲୋନ ଓ କିଲୀୟୋନ ଥିଲା; ସେମାନେ ସମସ୍ତେ ବେଥଲିହିମ-ଯିହୁଦାର ଇଫ୍ରାଥୀୟ ଲୋକ ଥିଲେ। ଏଣୁ ସେମାନେ ମୋୟାବ ଦେଶକୁ ଯାତ୍ରା କଲେ ପୁଣି ସେଠାରେ ଜୀବନ ଯାପନ କଲେ। 3ତା'ପରେ ନୟମୀର ସ୍ୱାମୀ, ଏଲିମେଲକର ମୃତ୍ୟୁୁ ହେଲା। ପୁଣି ସେ ଓ ତାହାର ଦୁଇ ପୁତ୍ର ଅବଶିଷ୍ଟ ରହିଲେ। 4ପୁଣି ସେମାନେ ମୋୟାବର ମହିଳାମାନଙ୍କ ମଧ୍ୟରୁ ଆପଣା ନିମନ୍ତେ ସ୍ତ୍ରୀମାନଙ୍କୁ ଗ୍ରହଣ କଲେ; ପ୍ରଥମ ସ୍ତ୍ରୀର ନାମ ଅର୍ପା, ଏବଂ ଦ୍ବିତୀୟ ମହିଳାର ନାମ ରୂତ ଥିଲା। ପୁଣି ସେମାନେ ପ୍ରାୟ ଦଶ ବର୍ଷ ଯାଏ ସେଠାରେ ବାସ କଲେ। 5ପୁଣି ସେମାନେ ମହଲୋନ ଓ କିଲୀୟୋନ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁୁ ହେଲା, ପୁଣି ସେ ସ୍ତ୍ରୀ, ଆପଣାର ଦୁଇ ପୁତ୍ର ଓ ତାହାର ସ୍ୱାମୀବିହୀନା ହୋଇ ରହିଲା। 6ପରେ ସେ ଏବଂ ତାଙ୍କର ପୁତ୍ରବଧୂମାନଙ୍କୁ ନେଇଁ ମୋୟାବ କ୍ଷେତ୍ରରୁ ପ୍ରସ୍ଥାନ କରିବା ପାଇଁ ବାହାରିଲା, ଯେହେତୁ ଯିହୋବା ଯେ ନିଜ ଲୋକମାନଙ୍କର ତତ୍ତ୍ୱାବଧାରଣ କରି ସେମାନଙ୍କୁ ରୁଟି ଦେଇଅଛନ୍ତି, ଏହି କଥା ସେ ମୋୟାବ କ୍ଷେତ୍ରରେ ଥାଇ ଶୁଣିଥିଲା। 7ଏଣୁ ସେ ସେହି ସ୍ଥାନ ଛାଡ଼ି ଚାଲିଗଲା ଯେଉଁଠାରେ ସେ ଜୀବନ ଯାପନ କରିଆସୁଥିଲା, ଓ ତାହା ସହିତ ତାହାର ଦୁଇ ପୁତ୍ରବଧୂ ଥିଲେ। ପୁଣି ସେମାନେ ଯିହୁଦା ଦେଶକୁ ଫେରିଯିବା ପାଇଁ ପଥରେ ଗମନ କଲେ। 8ଏଥିରେ ନୟମୀ ଆପଣା ଦୁଇ ପୁତ୍ରବଧୂଙ୍କୁ କହିଲା, “ଯାଅ, ପ୍ରତ୍ୟେକ ସ୍ତ୍ରୀ ନିଜ ନିଜର ମାତାର ଗୃହକୁ ଫେରିଯାଉ। ପୁଣି ମୃତମାନଙ୍କ ପ୍ରତି ଓ ଆମ୍ଭ ପ୍ରତି ତୁମ୍ଭେମାନେ ଯେରୂପ ବ୍ୟବହାର କରିଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ବିଶ୍ଵସ୍ତତା ଚୁକ୍ତି କରନ୍ତୁ। 9ପ୍ରତ୍ୟେକ ସ୍ତ୍ରୀ ତାହାର ସ୍ୱାମୀ ଗୃହରେ, ତୁମ୍ଭେମାନେ ଯେପରି ବିଶ୍ରାମ ପାଅ ଯିହୋବା ତୁମ୍ଭମାନଙ୍କ ପ୍ରତି ଏପରି ମଞ୍ଜୁର କରନ୍ତୁ।” ତହିଁରେ ସେ ସେମାନଙ୍କୁ ଚୁମ୍ବନ କଲା; ପୁଣି ସେମାନେ ସେମାନଙ୍କର ସ୍ଵର ଉଚ୍ଚ କଲେ ଆଉ ରୋଦନ କଲେ। 10କିନ୍ତୁ ସେମାନେ ତାହାକୁ କହିଲେ, “ନା, ଆମ୍ଭେମାନେ ତୁମ୍ଭ ସଙ୍ଗରେ ତୁମ୍ଭ ଲୋକମାନଙ୍କ ନିକଟକୁ ଫେରିଯିବା।” 11କିନ୍ତୁ ନୟମୀ କହିଲେ, “ହେ ଆମ୍ଭର କନ୍ୟାମାନେ, ଫେରିଯାଅ! ତୁମ୍ଭେମାନେ ଆମ୍ଭ ସଙ୍ଗରେ କାହିଁକି ଯିବ? ଏପର୍ଯ୍ୟନ୍ତ କି ମୋହର ଗର୍ଭରେ ପୁତ୍ରମାନେ ଅଛନ୍ତି, ଯେ ସେମାନେ ତୁମ୍ଭମାନଙ୍କ ପ୍ରତି ସ୍ୱାମୀ ହେବେ? 12ହେ ଆମ୍ଭର କନ୍ୟାମାନେ, ଯାଅ, ଫେରିଯାଅ! ଯେହେତୁ ମୁଁ ସ୍ଵାମୀ ଗ୍ରହଣ କରିବାକୁ ଅତି ବୃଦ୍ଧା। ଯେବେ ମୁଁ କହେ ମୋହର ଭରସା ଅଛି, ପୁଣି ମୁଁ ଯଦି ଆଜି ରାତ୍ରିରେ ସୁଦ୍ଧା ସ୍ୱାମୀ ଗ୍ରହଣ କରେ, ଓ ମୁଁ ଯଦି ସନ୍ତାନ ମଧ୍ୟ ପ୍ରସବ କରେ, 13ତଥାପି ତୁମ୍ଭେମାନେ କି ସେ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବ ଯେବେ ସେମାନେ ବୟସପ୍ରାପ୍ତ ହେବେ? ତୁମ୍ଭେମାନେ କି ଏଥିନିମନ୍ତେ ନିଜେ ଗୋଟେ ସ୍ୱାମୀ ଗ୍ରହଣ କରିବାରୁ ନିବୃତ୍ତ ହେବ? ନା, ହେ ମୋହର କନ୍ୟାମାନେ! କାରଣ ତୁମ୍ଭମାନଙ୍କ ହେତୁରୁ ଏହା ମୋ' ନିମନ୍ତେ ଅତିଶୟ ତିକ୍ତ ହୋଇଅଛି, ଯିହୋବାଙ୍କ ହସ୍ତ ମୋʼ ବିରୁଦ୍ଧରେ ଉଠିଅଛି।” 14ଏଥିରେ ସେମାନେ ପୁନର୍ବାର ସେମାନଙ୍କର ସ୍ଵର ଉଚ୍ଚ କଲେ ଆଉ ରୋଦନ କଲେ। ତାପରେ ଅର୍ପା ନିଜ ଶାଶୁକୁ ଚୁମ୍ବନ କଲା, ମାତ୍ର ରୂତ ତାକୁ ଧରି ରହିଲା। 15ତହିଁରେ ସେ କହିଲା, “ଦେଖ, ତୁମ୍ଭର ଜାଆ ନିଜ ଲୋକମାନଙ୍କ ଓ ନିଜ ଦେବତା ନିକଟକୁ ଫେରିଗଲା। ତୁମ୍ଭର ଜାଆ ପଛେ ଫେରିଯାଅ।” 16କିନ୍ତୁ ରୂତ କହିଲା, “ତୁମ୍ଭକୁ ତ୍ୟାଗ କରି ତୁମ୍ଭର ପଶ୍ଚାଦ୍ଗମନ କରିବାକୁ କିମ୍ବା ଫେରି ଯିବାକୁ ମୋତେ ବାଧ୍ୟ ନ କର। ଯେହେତୁ ମୁଁ ସେହି ସ୍ଥାନକୁ ଯିବି ତୁମ୍ଭେ ଯେଉଁଠାକୁ ଯିବ, ପୁଣି ତୁମ୍ଭେ ଯେଉଁଠାରେ ରହିବ, ମୁଁ ସେହି ସ୍ଥାନରେ ରହିବି। ତୁମ୍ଭର ଲୋକ ହିଁ ମୋହର ଲୋକ, ଓ ତୁମ୍ଭର ପରମେଶ୍ୱର ହିଁ ମୋହର ପରମେଶ୍ୱର ହେବେ। 17ତୁମ୍ଭେ ଯେଉଁ ସ୍ଥାନରେ ମରିବ, ମୁଁ ମରିବି, ଓ ସେହିଠାରେ ମୋହର କବର ହେବ। ଯେବେ ମୃତ୍ୟୁୁ ଆଉ କିଛି ମୋ’ ମଧ୍ୟରେ ଓ ତୁମ୍ଭ ମଧ୍ୟରେ ବିଚ୍ଛେଦ କରଇ, ତେବେ ଯିହୋବା ସେହିପରି କରନ୍ତୁ, ଓ ତହିଁରୁ ଅଧିକ ମୋତେ ଦେଉନ୍ତୁ।” 18ତହିଁରେ ସେ ତାହା ସହିତ ଯିବା ପାଇଁ ସେ1 1.18 ସେ ରୂତ ଦୃଢ଼ମନସ୍କ ଅଟେ, ପୁଣି ଏହା ଦେଖି ସେ ତାହାକୁ କଥା କହିବାରୁ ଶାନ୍ତ ହେଲା। 19ଏଣୁ ସେମାନେ ଦୁଇ ଜଣ ବେଥଲିହିମରେ ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ସେମାନେ ଯାତ୍ରା କଲେ। ପୁଣି ଏହା ଘଟିଲା ଯେ, ସେମାନେ ଯେତେବେଳେ ବେଥଲିହିମରେ ଉପସ୍ଥିତ ହେଲେ, ସେମାନଙ୍କ ବିଷୟରେ ନଗରଯାକ ବହୁତ ଜନରବ ହେଲା। ଆଉ ସ୍ତ୍ରୀଲୋକମାନେ କହିଲେ, “ଏ କି ନୟମୀ?” 20କିନ୍ତୁ ସେ ସେମାନଙ୍କୁ କହିଲା, “ମୋତେ ନୟମୀ (ମଧୁର) ବୋଲି ନ ଡାକ। ମୋତେ ମାରା (ତିକ୍ତ) ବୋଲି ଡାକ; ଯେହେତୁ ସର୍ବଶକ୍ତିମାନ ମୋʼ ପ୍ରତି ଅତି ତିକ୍ତ ବ୍ୟବହାର କରିଅଛନ୍ତି। 21ଯେବେ ମୋʼ ପ୍ରତି, ମୁଁ ପରିପୂର୍ଣ୍ଣ ହୋଇ ଯାତ୍ରା କରିଥିଲି, ମାତ୍ର ଯିହୋବା ମୋତେ ଶୂନ୍ୟ କରି ଫେରାଇ ଆଣିଅଛନ୍ତି। ମାତ୍ର ଯିହୋବା ଯେବେ, ସେ ମୋʼ ପ୍ରତିକୂଳରେ ପ୍ରମାଣ ଦେଇଅଛନ୍ତି, ଓ ସର୍ବଶକ୍ତିମାନ ମୋତେ ଦୁଃଖ ଦେଇଅଛନ୍ତି। ମୋତେ ନୟମୀ ବୋଲି କାହିଁକି ଡାକୁଅଛ?” 22ଏହିରୂପେ ନୟମୀ, ତାହାର ପୁତ୍ରବଧୂ ମୋୟାବୀୟା ସ୍ତ୍ରୀ ରୂତ ସହିତ ସେହି ସ୍ତ୍ରୀ ଯିଏ ମୋୟାବ ଦେଶରୁ ଆସିଥିଲା, ତାହା ସହିତ ଫେରି ଆସିଲା। ପୁଣି ସେମାନେ ଯବ-ଶସ୍ୟଚ୍ଛେଦନର ଆରମ୍ଭ ସମୟରେ ବେଥଲିହିମରେ ଉପସ୍ଥିତ ହେଲେ।
21ବର୍ତ୍ତମାନ ନୟମୀର ସ୍ୱାମୀର ତାହାର ଜଣେ ସମ୍ପର୍କୀୟ ଥିଲା, ଏଲିମେଲକର ବଂଶୀୟ ଜଣେ ବଡ଼ ଓ ଯୋଗ୍ୟତା ବ୍ୟକ୍ତି ଥିଲା। ଆଉ ତାହାର ନାମ ବୋୟଜ ଥିଲା।2 2.1 ତାହାର ସ୍ଵାମୀର ଜଣେ ସମ୍ପର୍କୀୟ ହୋଇପାରେ (ଏବ୍ରୀ ଭାଷାରେ) ତାହାର ସ୍ଵାମୀର ଜଣେ ବନ୍ଧୁ 2ପୁଣି ରୂତ, ମୋୟାବ ଦେଶୀୟା ସ୍ତ୍ରୀ ନୟମୀକି କହିଲା, “ଦୟାକରି, ମୁଁ କ୍ଷେତ୍ରକୁ ଯିବାକୁ ଚାହେଁ ଓ ମୁଁ ଯାହାର ଆଖିରେ ଅନୁଗ୍ରହ ପାଇବି, ତାହାର ପଛେ ପଛେ ବଳକା ଶସ୍ୟଗୁଡ଼ିକ ସାଉଣ୍ଟିବି।” ଆଉ ସେ ତାହାକୁ କହିଲା, “ଆହେ ଆମ୍ଭର କନ୍ୟା, ଯାଅ।” 3ତହିଁରେ ସେ ଚାଲିଗଲା ଆଉ ଯାଇ କ୍ଷେତ୍ରରେ ଶସ୍ୟକଟାଳିମାନଙ୍କର ପଛେ ପଛେ ବଳକା ଶସ୍ୟ ସଂଗ୍ରହ କରିବାକୁ ଲାଗିଲା। ଆଉ ଘଟଣାକ୍ରମେ ସେ ବୋୟଜର କ୍ଷେତ୍ରଖଣ୍ଡରେ ପହଁଞ୍ଚିଲା, ଯିଏ ଏଲିମେଲକର ବଂଶୀୟ ଥିଲା। 4ତାପରେ ଦେଖ, ବୋୟଜ ବେଥଲିହିମଠାରୁ ଆସିଲା! ପୁଣି ସେ ଶସ୍ୟକଟାଳିମାନଙ୍କୁ କହିଲା, “ଯିହୋବା ତୁମ୍ଭମାନଙ୍କ ସହିତ ଥାଉନ୍ତୁ।” ଆଉ ସେମାନେ ତାହାକୁ କହିଲେ, “ଯିହୋବା ଆପଣଙ୍କୁ ଆଶୀର୍ବାଦ କରନ୍ତୁ।” 5ତହିଁରେ ବୋୟଜ ଯେଉଁ ଦାସ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ ହେଇଥିଲା ତାହାକୁ ପଚାରିଲା, “ଏହି ଯୁବତୀଟି କାହାର?” 6ତହିଁରେ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ ତାହାର ଦାସ ଉତ୍ତର ଦେଲା ଆଉ କହିଲା, “ସେ ଜଣେ ମୋୟାବ ଦେଶୀୟା ଯୁବତୀ, ଯେଉଁ ସ୍ତ୍ରୀ ନୟମୀ ସହିତ ମୋୟାବ ଦେଶରୁ ଆସିଅଛି।” 7ଆଉ ସେ କହିଲା, ‘ବିନତି କରୁଅଛି, ଶସ୍ୟକଟାଳିମାନଙ୍କର ପଛେ ପଛେ ଏବଂ ବିଡ଼ାର ମଧ୍ୟେ ମଧ୍ୟେ ବଳକା ଶସ୍ୟ ସଂଗ୍ରହ କରିବାକୁ ମୋତେ ଦିଅ।’ ଆଉ ସେ ସକାଳରୁ ଆସି ପୁଣି ଏପର୍ଯ୍ୟନ୍ତ ଏଠାରେ ରହିଅଛି। ଏହି ଗୃହରେ ଅଳ୍ପକେ ତାହାର ବିଶ୍ରାମ।3 2.7 b. ଏହା ତାହାର... ଏବ୍ରୀ ଭାଷାରେ ଅନିଶ୍ଚିତ ଅଳ୍ପ ଅର୍ଥ 8ତହିଁରେ ବୋୟଜ ରୂତକୁ କହିଲା, “ଆହେ ମୋହର କନ୍ୟା, ମୋର କଥା କି ଶୁଣୁ ନାହଁ? ତୁମ୍ଭେ ବଳକା ଶସ୍ୟ ସଂଗ୍ରହ କରିବା ପାଇଁ ଅନ୍ୟ କ୍ଷେତ୍ରକୁ ନ ଯାଅ। ପୁଣି ଏହି ସ୍ଥାନରୁ ମଧ୍ୟ ନ ଯାଅ, ମାତ୍ର ଏଠାରେ ମୋର ଯୁବା ଦାସୀଗଣର ସଙ୍ଗେ ସଙ୍ଗେ ଥାଅ। 9ତୁମ୍ଭର ଆଖି କ୍ଷେତ୍ର ପ୍ରତି ରଖ ସେମାନେ କେଉଁଠି ଶସ୍ୟକାଟୁଛନ୍ତି ଓ ସେମାନଙ୍କ ପଛେ ପଛେ ଯାଅ। ତୁମ୍ଭକୁ ସ୍ପର୍ଶ ନ କରିବାକୁ ମୁଁ କି ସେ ଯୁବାମାନଙ୍କୁ ଆଦେଶ କରି ନାହିଁ? ଆଉ ଯେବେ ତୁମ୍ଭେ ତୃଷିତ ହୁଅ, ଜଳପାତ୍ରଗୁଡ଼ିକ ନିକଟକୁ ଯାଅ ଆଉ ଯୁବାମାନେ ଯାହା କାଢ଼ିବାଥିବା ଜଳରୁ ପାନ କର।” 10ଏଥିରେ ସେ ଆପଣା ମୁହଁ ମାଡ଼ିଲେ ଏବଂ ଭୂମିରେ ପଡ଼ିଲେ ଆଉ ତାହାକୁ କହିଲା, “ମୁଁ ତୁମ ଆଖିରେ କାହିଁକି ଅନୁଗ୍ରହ ପାଇଲି ଯେ ତୁମେ ମୋତେ ଧ୍ୟାନ ଦେବା ଉଚିତ, ଯେହେତୁ ମୁଁ ଜଣେ ବିଦେଶୀ?” 11ତାପରେ ବୋୟଜ ଉତ୍ତର ଦେଲା ଓ ତାହାକୁ କହିଲା, “ତୁମ୍ଭ ସ୍ୱାମୀର ମୃତ୍ୟୁୁ ଉତ୍ତାରେ ତୁମ୍ଭେ ତୁମ୍ଭର ଶାଶୁ ପ୍ରତି ଯାହାସବୁ କରିଅଛ ମୋତେ ସମ୍ପୂର୍ଣ୍ଣ ରୂପେ କୁହାଯାଇଅଛି। ତୁମ୍ଭେ ତୁମ୍ଭର ପିତା ଓ ତୁମ୍ଭର ମାତା ଓ ତୁମ୍ଭର ଜନ୍ମ ଦେଶ ତ୍ୟାଗ କଲ, ପୁଣି ପୂର୍ବ ଦିନ ତୁମ୍ଭେ ଯେଉଁମାନଙ୍କୁ ଜାଣିଲ ନାହିଁ, ଏପରି ଲୋକଙ୍କ ନିକଟକୁ ତୁମ୍ଭେ ଆସିଅଛ। 12ଯିହୋବା ତୁମ୍ଭ କର୍ମର ଫଳ ଦେଉନ୍ତୁ, ଓ ଯିହୋବାଙ୍କଠାରୁ ତୁମ୍ଭର ସମ୍ପୁର୍ଣ୍ଣ ମଜୁରି ଆସୁ, ଇସ୍ରାଏଲର ପରମେଶ୍ୱର, ଯାହାଙ୍କ ପକ୍ଷ ତଳେ ତୁମ୍ଭେ ଆଶ୍ରୟ ନେବାକୁ ଆସିଅଛ।” 13ଏଥିରେ ସେ କହିଲା, “ହେ ମୋହର କର୍ତ୍ତା, ଆପଣଙ୍କ ଆଖିରେ ମୁଁ ଅନୁଗ୍ରହ ପାଏ, ଯେଣୁ ଆପଣ ମୋତେ ସାନ୍ତ୍ୱନା କଲେ, ପୁଣି ଆପଣ ଆପଣଙ୍କର ଦାସୀର ହୃଦୟର କଥା କହିଲେ। କିନ୍ତୁ ମୋ ପ୍ରତି, ମୁଁ ତ ଆପଣଙ୍କର ଦାସୀମାନଙ୍କ ମଧ୍ୟରୁ ଜଣକ ତୁଲ୍ୟ ନୁହେଁ।” 14ତାପରେ, ବୋୟଜ ଭୋଜନ ସମୟରେ ତାହାକୁ କହିଲା, “ଏଠାକୁ ଆସ, ରୁଟି ଭୋଜନ କର, ଓ ତୁମ୍ଭର ରୁଟିଖଣ୍ଡ ଅମ୍ଳରସରେ ବୁଡ଼ାଅ।” ତହିଁରେ ସେ ଶସ୍ୟକଟାଳିମାନଙ୍କ ନିକଟରେ ବସିଲା, ପୁଣି ସେ4 2.14 ସେ ବୋୟଜ ତାହାକୁ କିଛି ଭଜା ଶସ୍ୟ ଆଣି ଦେଲା। ଆଉ ସେ ଭୋଜନ କଲା, ଓ ସେ ତୃପ୍ତ ହେଲା, ଓ କିଛି ବଳକା ରଖିଲା। 15ତହୁଁ ସେ ବଳକା ଶସ୍ୟ ସଂଗ୍ରହ କରିବାକୁ ଉଠିଲା। ତାପରେ ବୋୟଜ ତାହାର ଯୁବାଗଣକୁ ଆଜ୍ଞା ଦେଇ କହିଲା, “ଏହାକୁ ବିଡ଼ା ମଧ୍ୟରେ ସୁଦ୍ଧା ବଳକା ସାଉଣ୍ଟିବାକୁ ଦିଅ, ପୁଣି ତାହାକୁ ଲଜ୍ଜା ଦିଅ ନାହିଁ। 16ପୁଣି ନିଶ୍ଚିତ ହୁଅ ତାହା ପାଇଁ ବିଡ଼ାରୁ କିଛି କିଛି ପକାଇ ଯାଅ, ପୁଣି ତାହା ପାଇଁ ଏହା ବଳକା ସାଉଣ୍ଟିବାକୁ ଛାଡ଼ି ଦିଅ, ଆଉ ତାହାକୁ ଧମକାଅ ନାହିଁ!” 17ତହିଁରେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି କ୍ଷେତ୍ରରେ ବଳକା ଶସ୍ୟ ସଂଗ୍ରହ କଲା; ସେ ଯାହା ସାଉଣ୍ଟି ଥିଲା ଶସ୍ୟ ମାଳିଲା, ପୁଣି ତାହା ପ୍ରାୟ ଏକ ଐଫା ଯବ ହେଲା। 18ପୁଣି ସେ ତାହା ଉଠାଇଲା ଓ ନଗରକୁ ଚାଲିଗଲା, ଆଉ ସେ ଯାହା ସାଉଣ୍ଟିଥିଲା, ତାହାର ଶାଶୁ ଦେଖିଲା। ତାପରେ ସେ ତୃପ୍ତ ହେଲା ଉତ୍ତାରେ ଯାହା ସେ ବଳକା ରଖିଥିଲା* ତାହା ସେ ବାହାର କଲା, ପୁଣି ସେ ଏହା ତାହାକୁ ଦେଲା। 19ତହୁଁ ତାହାର ଶାଶୁ ତାହାକୁ ପଚାରିଲା, “ତୁମ୍ଭେ ଆଜି କେଉଁଠାରେ ବଳକା ଶସ୍ୟ ସଂଗ୍ରହ କଲ, ଓ ତୁମ୍ଭେ କେଉଁଠାରେ କର୍ମ କଲ? ଯେ ତୁମ୍ଭର ଧ୍ୟାନ କଲା, ସେ ଆଶୀର୍ବାଦର ପାତ୍ର ହେଉ।” ତାପରେ ସେ ଯାହା ପାଖରେ କର୍ମ କରିଥିଲା, ସେ ତାହା ଶାଶୁକୁ ଜଣାଇ କହିଲା। ପୁଣି ସେ କହିଲା, “ଯେଉଁ ପୁରୁଷ ପାଖରେ ମୁଁ ଆଜି କର୍ମ କଲି, ନାମ ବୋୟଜ ଅଟେ।” 20ଏଥିରେ ନୟମୀ ଆପଣା ପୁତ୍ରବଧୂକୁ କହିଲା, “ଯେ ଉଭୟ ଜୀବିତ ପ୍ରତି ଓ ମୃତମାନଙ୍କ ପ୍ରତି ଆପଣା ବିଶ୍ଵସ୍ତତା ଚୁକ୍ତିରୁ ପରିତ୍ୟାଗ କରି ନାହାନ୍ତି, ସେହି ଯିହୋବାଙ୍କଠାରୁ ସେ ଆଶୀର୍ବାଦ ପ୍ରାପ୍ତ ହେଉ।” ନୟମୀ ତାହାକୁ ଆହୁରି ମଧ୍ୟ କହିଲା, “ସେ ପୁରୁଷ ଆମ୍ଭମାନଙ୍କର ନିକଟ-କୁଟୁମ୍ବ ଅଟଇ। ସେ ଆମ୍ଭମାନଙ୍କର ମୁକ୍ତିକର୍ତ୍ତା ଜ୍ଞାତିମାନଙ୍କ ମଧ୍ୟରେ ଜଣେ ଅଟଇ।” 21ଏଥିରେ ମୋୟାବ ଦେଶୀୟା ସ୍ତ୍ରୀ ରୂତ କହିଲା, “ସେ ମୋତେ ଆହୁରି କହିଲେ, ‘ତୁମ୍ଭେ ଦାସମାନଙ୍କ ସଙ୍ଗରେ ରହିବା ଉଚିତ ଯେଉଁମାନେ ମୋହର ଅଟନ୍ତି, ସେ ସମୟ ପର୍ଯ୍ୟନ୍ତ ଯେତେବେଳେ ଯାଏ ମୋହର ଯାହା ସବୁ ଶସ୍ୟ କାଟିବା ସମାପ୍ତ ନ କରନ୍ତି।’” 22ତହିଁରେ ନୟମୀ ଆପଣା ପୁତ୍ରବଧୂ ରୂତକୁ କହିଲା, “ଆହେ ମୋହର କନ୍ୟା, ତୁମ୍ଭେ ତାହାର ଯୁବା ଦାସୀଗଣ ସଙ୍ଗରେ ଯେ ଯାଅ ଏହା ଉତ୍ତମ, ଯେପରି ଅନ୍ୟ କୌଣସି କ୍ଷେତ୍ରରେ ସେମାନେ ତୁମ୍ଭର କ୍ଷତି କରିବେ ନାହିଁ।” 23ଏଣୁ ଯବ ଶସ୍ୟ କାଟିବାର ଓ ଗହମ ଶସ୍ୟ କାଟିବାର ସମାପ୍ତି ପର୍ଯ୍ୟନ୍ତ ସେ ବଳକା ଶସ୍ୟ ସଂଗ୍ରହ କରିବା ପାଇଁ ବୋୟଜର ଯୁବା ଦାସୀଗଣ ସଙ୍ଗରେ ରହିଲା। ପୁଣି ସେ ନିଜ ଶାଶୁ ସହିତ ବାସ କଲା।
31ଏଥିଉତ୍ତାରେ ତାହାର ଶାଶୁ ନୟମୀ ତାହାକୁ କହିଲା, “ଆହେ ମୋହର କନ୍ୟା, ଯାହା ତୁମ୍ଭର ମଙ୍ଗଳ ହେବ, ଏକ ଆଶ୍ରୟ ସ୍ଥାନ ମୁଁ କି ତୁମ୍ଭ ପାଇଁ ଖୋଜିବା ଉଚିତ ନାହିଁ? 2ତେଣୁ ଏବେ, ତୁମ୍ଭେ ଯେଉଁ ବୋୟଜର ଯୁବା ଦାସୀଗଣ ସଙ୍ଗରେ କାର୍ଯ୍ୟ କରୁଥିଲ, ସେ କି ଆମ୍ଭମାନଙ୍କ ଜ୍ଞାତି ନୁହେଁ? ଦେଖ, ସେ ଆଜି ରାତ୍ରି ନିଜ ଖଳାରେ ଯବ ଝାଡ଼ିବ। 3ତୁମ୍ଭେ ଏବେ ସ୍ନାନ କର, ଓ ତୁମ୍ଭେ ତୈଳ ମର୍ଦ୍ଦନ କର, ଓ ତୁମ୍ଭର ବସ୍ତ୍ର ପରିଧାନ କର, ପୁଣି ସେହି ଖଳାକୁ ଯାଅ। ସେ ଭୋଜନ ଓ ପାନ ନ ସାରିବା ପର୍ଯ୍ୟନ୍ତ ସେ ମନୁଷ୍ୟକୁ ନିଜର ପରିଚୟ ଦିଅ ନାହିଁ।5 3.3 ତୁମ୍ଭର ପୋଷାକ କିମ୍ବା ହୋଇପାରେ ତୁମ୍ଭର ପୋଷାକ ଗୁଡ଼ିକ (ଏବ୍ରୀ ଭାଷାର) 4ପୁଣି ଏହା ସେତେବେଳ ଯାଏ ଥାଉ ଯେତେବେଳେ ସେ ଶୟନ କରିବ, ସେ କେଉଁଠି ଶୟନ କରୁଅଛି ତୁମ୍ଭେ ସଠିକ୍ ସ୍ଥାନ ଜାଣିରଖ। ତହୁଁ ସେଠାକୁ ଯାଅ, ଓ ତାହାର ଚରଣ ଅନାବୃତ କର, ପୁଣି ଶୟନ କର। ତହିଁରେ ସେ, ନିଜେ ତୁମ୍ଭକୁ କʼଣ କରିବାକୁ ହେବ ତୁମ୍ଭକୁ ଜଣାଇବ।” 5ପୁଣି ସେ ତାହାକୁ କହିଲା, “ତୁମ୍ଭେ ଯାହାସବୁ କହୁଅଛ, ମୁଁ କରିବି।” 6ଏଣୁ ସେ ସେହି ଖଳାକୁ ଗଲା ଓ ତାହାର ଶାଶୁ ତାହାକୁ ଯାହାସବୁ ଆଦେଶ କରିଥିଲା ସେଅନୁସାରେ ସମସ୍ତ କର୍ମ କଲା। 7ପୁଣି ବୋୟଜ ଭୋଜନ ଓ ପାନ ସାରିଲା, ଓ ତାହାର ହୃଦୟ ଉତ୍ତମ ଥିଲା, ଓ ସେ ଶସ୍ୟରାଶିର ଏକ ପ୍ରାନ୍ତଭାଗରେ ଶୟନ କରିବାକୁ ଗଲା। ତହିଁରେ ସେ ଗୁପ୍ତ ଭାବରେ ଯାଇ ତାହାର ଚରଣ ଅନାବୃତ କଲା, ଏବଂ ତଳେ ଶୋଇଗଲା। 8ତହୁଁ ଏହା ମଧ୍ୟରାତ୍ରିରେ ଘଟିଲା ଯେ ସେ ପୁରୁଷ ଚମତ୍କୃତ ହୋଇ ଉଠିଲା ଏବଂ ଅନାଇଲା। ଆଉ ଦେଖ, ତାହାର ପାଦ ନିକଟରେ ଜଣେ ସ୍ତ୍ରୀ ଶୟନ କରିଅଛି! 9ଆଉ ସେ ପଚାରିଲା, “ତୁମ୍ଭେ କିଏ?” ତହିରେ ସେ ଉତ୍ତର କଲା, “ମୁଁ ଆପଣଙ୍କର ଦାସୀ ରୂତ। ପୁଣି ଆପଣ ଆପଣଙ୍କ ଚାଦରର ଅଗ୍ରଭାଗ ଆପଣଙ୍କ ଦାସୀ ଉପରେ ବିସ୍ତାର କରନ୍ତୁ,6 3:9 ଏଣୁ ନିଜ ପକ୍ଷ ଆପଣଙ୍କ ଦାସୀ ଉପରେ ବିସ୍ତାର କରନ୍ତୁ, ଅର୍ଥାତ୍ ମୋତେ ବିବାହ କର କାରଣ ଆପଣ ଜଣେ ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି।” 10ତହିରେ ସେ କହିଲା, “ଆହେ ମୋହର କନ୍ୟା, ତୁମ୍ଭେ ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ରୀ ହୁଅ! ତୁମ୍ଭେ ଧନବାନ କି ଦରିଦ୍ର କୌଣସି ଯୁବାପୁରୁଷର ଅନୁଗାମିନୀ ନ ହୋଇ ପ୍ରଥମ ଅପେକ୍ଷା ଶେଷରେ ତୁମ୍ଭର ଅତି ଉତ୍ତମ ବିଶ୍ଵସ୍ତତା ଚୁକ୍ତି ଦେଖାଇଅଛ। 11ଏଣୁ ଏବେ, ଆହେ ମୋହର କନ୍ୟା, ଭୟ କର ନାହିଁ! ତୁମ୍ଭେ ଯାହା ସବୁ କହିଲ, ମୁଁ ତୁମ୍ଭ ପାଇଁ କରିବି; ଯେହେତୁ ତୁମ୍ଭେ ଜଣେ ଯୋଗ୍ୟତା ସ୍ତ୍ରୀ ଅଟ, ଏହା ସମ୍ପୁର୍ଣ୍ଣ ଦ୍ଵାରସ୍ଥ ମୋହର ଲୋକମାନେ ଜାଣନ୍ତି। 12ପୁଣି ଏହା ପ୍ରକୃତ ସତ୍ୟ ଯେ, ଏବେ ମୁଁ ଜଣେ ମୁକ୍ତିକର୍ତ୍ତା ଜ୍ଞାତି ଅଟେ, ମାତ୍ର ସେଠାରେ ମୋʼ ଠାରୁ ନିକଟ ସମ୍ପର୍କୀୟ ଆଉ ଜଣେ ମୁକ୍ତିକର୍ତ୍ତା ଜ୍ଞାତି ଅଛି। 13ଆଜି ରାତ୍ର ଏଠାରେ ରୁହ। ପୁଣି ଏହା ଯେବେ ସକଲ ହୁଏ, ସେ ଯେବେ ତୁମ୍ଭକୁ ମୁକ୍ତ କରେ, ଉତ୍ତମ, ସେ ମୁକ୍ତ କରୁ। ମାତ୍ର ଯେବେ ସେ ତୁମ୍ଭକୁ ମୁକ୍ତ କରିବାକୁ ଇଚ୍ଛା ନ କରେ, ତେବେ ଜୀବିତ ଯିହୋବାଙ୍କ ହେତୁ, ମୁଁ ତୁମ୍ଭକୁ ନିଜେ ମୁକ୍ତ କରିବି। ସକାଳ ପର୍ଯ୍ୟନ୍ତ ଶୟନ କର।” 14ତହିଁରେ ସେ ସକାଳ ଯାଏ ତାହାର ପାଦ ନିକଟରେ ଶୋଇ ରହିଲା, କିନ୍ତୁ ତାହାର କୌଣସି ପୁରୁଷ ବନ୍ଧୁ ଚିହ୍ନି ପାରିବା ସମୟ ପୂର୍ବେ ସେ7 3.14 ସେ ରୂତ ଉଠିଲା। ପୁଣି ସେ8 3.14 ସେ ବୋୟଜ କହିଲା, “ଖଳାକୁ ଏ ସ୍ତ୍ରୀ ଯେ ଆସିଥିଲା, ଏହା ଜଣା ନ ଯାଉ।” 15ତେବେ ସେ ଆହୁରି କହିଲା, “ତୁମ୍ଭର ବସ୍ତ୍ର ଆଣ ଓ ତାହା ଧର, ଯାହା ତୁମ୍ଭେ ଆବୃତ କରିଅଛ।” ତେଣୁ ସେ ତାହା ଧରିଲା। ପୁଣି ସେ ଛଅ ପାତ୍ର9 3:15 ଛଅ ପାତ୍ର ପ୍ରାୟ ଚାରି କିଲୋ ମାପିଲେ ଆଉ ମପା ଯବ ତାହାର ଉପରେ ଥୋଇଲେ। ତାପରେ ସେ ନଗରକୁ ଚାଲିଗଲା।10 3.15 ତେବେ ସେ (ପୁରୁଷ) ଗଲା କିମ୍ବା ବୋଧହୁଏ ତେବେ ସେ (ସ୍ତ୍ରୀ) ଗଲା (ଏବ୍ରୀ ପାଣ୍ଡୁଲିପିଗୁଡ଼ିକର ବିକଳ୍ପ) 16ତହୁଁ ରୂତ ଆପଣା ଶାଶୁ ନିକଟକୁ ଆସିଲା, ପୁଣି ନୟମୀ ପଚାରିଲା, “ଆମ୍ଭର କନ୍ୟା, ତୁମ୍ଭେ କିଏ?” ତହିଁରେ ସେ ନିଜ ପ୍ରତି ସେହି ପୁରୁଷର ଯେ ସମସ୍ତ କର୍ମ କରିଥିଲା ତାହାକୁ ଜଣାଇଲା। 17ପୁଣି ସେ କହିଲା, “ଯେହେତୁ ‘ତୁମ୍ଭେ ତୁମ୍ଭର ଶାଶୁ ନିକଟକୁ ମୁକ୍ତ ହସ୍ତରେ ନ ଯାଅ’ ବୋଲି କହି ସେ ମୋତେ ଏହି ମପା ଛଅ ପାତ୍ର ଯବ ଦେଇଅଛନ୍ତି। 18ତହୁଁ ସେ କହିଲା, “ଆହେ ଆମ୍ଭର କନ୍ୟା, ସେ ସମୟ ଯାଏ ଏ ବିଷୟ କିପରି ପଡ଼ିବ ଏହା ତୁମ୍ଭକୁ ଜଣା ହେବା ପର୍ଯ୍ୟନ୍ତ ବସିଥାଅ। କାରଣ ସେ ପୁରୁଷ ଆଜି ଏ ବିଷୟ ସମାପ୍ତ ନ କରି ବିଶ୍ରାମ କରିବ ନାହିଁ।”
41ଏବେ ବୋୟଜ ଦ୍ୱାର ପର୍ଯ୍ୟନ୍ତ ଗଲା ଓ ସେଠାରେ ବସିଲା। ପୁଣି ଦେଖ, ସମ୍ପର୍କୀୟ-ମୁକ୍ତିକର୍ତ୍ତା ଜ୍ଞାତି ସେ ସେବାଟରେ ଯାଉଥିଲା, ସେହି ବ୍ୟକ୍ତି ଯାହାଙ୍କ ବିଷୟରେ ପୂର୍ବରୁ ବୋୟଜ କହିଥିଲା। ପୁଣି ସେ କହିଲା, “ହେ ନିର୍ଭରଯୋଗ୍ୟ ବ୍ୟକ୍ତି, ବୁଲିପଡ଼ ଆଉ ଏଠାରେ ବସ।” ଏଣୁ ସେ ବୁଲିପଡ଼ି ଆସିଲା ଓ ବସିଲା। 2ତହୁଁ ସେ ନଗରସ୍ଥ ଦଶ ଜଣ ପ୍ରାଚୀନଙ୍କୁ ନେଲା ଓ କହିଲା, “ଏଠାରେ ବସ,” ତେଣୁ ସେମାନେ ବସିଲେ। 3ଏଥିରେ ସେ ସେହି ମୁକ୍ତିକର୍ତ୍ତା ଜ୍ଞାତିକୁ କହିଲା, “ଆମ୍ଭମାନଙ୍କ ଭ୍ରାତା ଏଲିମେଲକର ଯେଉଁ ଭୂମିଖଣ୍ଡ ଥିଲା, ତାହା ନୟମୀ ବିକ୍ରୟ କରୁଅଛି ଯେଉଁ ସ୍ତ୍ରୀ ମୋୟାବ ଦେଶରୁ ଫେରି ଆସିଲା। 4ଯେହେତୁ ମୋ’ ପ୍ରତି, ମୁଁ କହିଲି ଯେ ଏଠାରେ ବସିଥିବା ଲୋକମାନଙ୍କ ଉପସ୍ଥିତିରେ ଏବଂ ମୋ' ଲୋକମାନଙ୍କର ପ୍ରାଚୀନମାନଙ୍କ ଉପସ୍ଥିତିରେ, ‘ତାହା କ୍ରୟ କର’ ବୋଲି କହି ମୁଁ ତୁମ୍ଭର କାନ ଉନ୍ମୁକ୍ତ କରିବା ଉଚିତ। ତୁମ୍ଭେ ଯେବେ ତାହା ମୁକ୍ତ କରିବ, ତାହା ମୁକ୍ତ କର। ମାତ୍ର ଯେବେ ତାହା ମୁକ୍ତ ନ କରିବ, ତେବେ ମୋତେ ଜଣାଅ ଯେପରି ମୁଁ ଜାଣିପାରେ; ଯେହେତୁ ତୁମ୍ଭ ବ୍ୟତିତ ଆଉ କେହିଁ ନାହିଁ ତାହା ମୁକ୍ତ କରିବାକୁ, ପୁଣି ତୁମ୍ଭ ଉତ୍ତାରେ ମୁଁ ଅଛି।” ତହିଁରେ ସେ କହିଲା, “ମୁଁ ତାହା ମୋ’ ପାଇଁ ମୁକ୍ତ କରିବି।” 5ତେବେ ବୋୟଜ କହିଲା, “ତୁମ୍ଭେ ଯେଉଁ ଦିନ ନୟମୀର ହସ୍ତରୁ ସେହି କ୍ଷେତ୍ର କିଣିବ, ତୁମ୍ଭେ ମୃତ ଲୋକର ଅଧିକାରରେ ନାମ ବୃଦ୍ଧି କରିବା ନିମନ୍ତେ, ସେହି ମୃତ ଲୋକର ସ୍ତ୍ରୀ ମୋୟାବ ଦେଶୀୟା ରୂତକୁ ମଧ୍ୟ ନିଜ ପାଇଁ ଗ୍ରହଣ କରିବ।”11 4.5 ତୁମ୍ଭେ ଗ୍ରହଣ କରିବା ଉଚିତ ନୁହେତ ମୁଁ ଗ୍ରହଣ କରିବି ( ଏବ୍ରୀ ଭାଷାର ) 6ଏଥିରେ ସେହି ମୁକ୍ତିକର୍ତ୍ତା ଜ୍ଞାତି କହିଲା, “ମୁଁ ମୋହର ନିଜ ଅଧିକାରର କ୍ଷତି ନ କରି ନିଜ ପାଇଁ ଏହାକୁ ମୁକ୍ତ କରିବାକୁ ସକ୍ଷମ ନୁହେଁ। ତୁମ୍ଭେ ତୁମ୍ଭ ନିଜ ନିମନ୍ତେ ମୁକ୍ତ କର ମୋହର ମୁକ୍ତି କରିବା କ୍ଷମତା ନିଅ, କାରଣ ମୁଁ ତାହା ମୁକ୍ତ କରିବାକୁ ସକ୍ଷମ ନୁହେଁ।” 7ବର୍ତ୍ତମାନ, ମୁକ୍ତି ସମ୍ବନ୍ଧରେ ଓ ଜିନିଷର ପାଲଟ ସମ୍ବନ୍ଧରେ ସବୁ କଥା ସ୍ଥିର କରିବା ପାଇଁ ପୂର୍ବକାଳରେ ଇସ୍ରାଏଲରେ ଏହିରୂପ ରୀତି ଥିଲା: ଜଣେ ବ୍ୟକ୍ତି ନିଜ ପାଦୁକା କାଢ଼ିଲା ଓ ତାହା ତାହାର ବନ୍ଧୁକୁ ଦେଲା। ଏଣୁ ଇସ୍ରାଏଲରେ ଏହା ଏକ ପ୍ରକାର ଆଇନଗତ ବ୍ୟବସ୍ଥା ଥିଲା। 8ଏଣୁ ସେ ମୁକ୍ତିକର୍ତ୍ତା ଜ୍ଞାତି ବୋୟଜକୁ କହିଲା, “ତୁମ୍ଭେ ନିଜ ନିମନ୍ତେ ତାହା କିଣ,” ପୁଣି ସେ ନିଜ ପାଦୁକା କାଢ଼ି ଦେଲା। 9ତହିଁରେ ବୋୟଜ ପ୍ରାଚୀନଗଣକୁ ଓ ସମସ୍ତ ଲୋକମାନଙ୍କୁ କହିଲା, “ଏଲିମେଲକର ଯାହା ସବୁ ଓ କିଲୀୟୋନର ଓ ମହଲୋନର ଯାହା ଥିଲା, ମୁଁ ସେ ସବୁ ନୟମୀ ହସ୍ତରୁ କ୍ରୟ କରୁଅଛି, ତୁମ୍ଭେମାନେ ଆଜି ମୋହର ସାକ୍ଷୀ ହେଲ। 10ଆହୁରି ନିଜ ଭ୍ରାତୃଗଣ ମଧ୍ୟରୁ ଓ ନିଜ ବସତି ସ୍ଥାନର ଦ୍ୱାରରୁ ସେହି ମୃତ ବ୍ୟକ୍ତିର ନାମ ଯେପରି ଲୋପ ନୋହିବ, ଏଥିପାଇଁ ସେହି ମୃତ ଲୋକର ଅଧିକାରରେ ତାହାର ନାମ ରକ୍ଷା କରିବା ପାଇଁ ମୁଁ ମହଲୋନର ବିଧବା ମୋୟାବ ଦେଶୀୟା ରୂତକୁ ମୋହର ସ୍ତ୍ରୀ ରୂପେ ଲାଭ କଲି ଆଜି ତୁମ୍ଭେମାନେ ସାକ୍ଷୀ ହେଲ।” 11ତହିଁରେ ନଗର ଦ୍ୱାରରେ ଥିବା ଯେଉଁ ସମସ୍ତ ଲୋକମାନେ ଓ ପ୍ରାଚୀନଗଣ କହିଲେ, “ଆମ୍ଭେମାନେ ସାକ୍ଷୀ ହେଲୁ। ଏହି ଯେଉଁ ସ୍ତ୍ରୀ ତୁମ୍ଭ ଗୃହକୁ ଆସୁଅଛି ଯିହୋବା ଇସ୍ରାଏଲ ବଂଶର12 4:11 ଇସ୍ରାଏଲ ବଂଶର ଅର୍ଥାତ୍ ଇସ୍ରାଏଲର ବାରଗୋଷ୍ଠୀ ବୃଦ୍ଧିକାରିଣୀ ରାହେଲ ଓ ଲେୟା, ଦୁଇ ସ୍ତ୍ରୀର ତୁଲ୍ୟ କରନ୍ତୁ। ଇଫ୍ରାଥାରେ ସମ୍ମାନ ହେଉ ଓ ବେଥଲିହିମରେ ତୁମ୍ଭର ବିଖ୍ୟାତ ହେଉ! 12ଯିହୋବା ଏହି ଯୁବତୀଠାରୁ ତୁମ୍ଭକୁ ଯେଉଁ ସନ୍ତାନ ଦେବେ, ପୁଣି ତୁମ୍ଭର ବଂଶ ତାମର ଗର୍ଭରେ ଯିହୁଦାର ଜନ୍ମିତ ପେରସର ବଂଶ ତୁଲ୍ୟ ହେଉ।” 13ଏରୂପେ ବୋୟଜ ରୂତକୁ ନେଲେ, ଓ ସେ ତାହାର ସ୍ତ୍ରୀ ହେଲା, ପୁଣି ସେ ତାହାର ସହବାସ କରନ୍ତେ, ଯିହୋବା ତାହାକୁ ଗର୍ଭଧାରଣ ଶକ୍ତି ଦେଲେ, ପୁଣି ସେ ଏକ ପୁତ୍ର ପ୍ରସବ କଲା। 14ତାପରେ ସ୍ତ୍ରୀମାନେ ନୟମୀକି କହିଲେ, “ଯିହୋବା ଧନ୍ୟ ହେଅନ୍ତୁ, ଯିଏ ଆଜି ତୁମ୍ଭକୁ ମୁକ୍ତିକର୍ତ୍ତା ଜ୍ଞାତି ବିହୀନ କରି ନାହାନ୍ତି। ଇସ୍ରାଏଲ ବଂଶରେ ତାହାର ନାମ ବିଖ୍ୟାତ ହେଉ! 15ବର୍ତ୍ତମାନ ସେ ତୁମ୍ଭର ପ୍ରାଣ ସଜୀବକାରୀ ଓ ତୁମ୍ଭ ବୃଦ୍ଧାବସ୍ଥାରେ ତୁମ୍ଭର ପ୍ରତିପାଳକ ହେବ। ଯେହେତୁ ତୁମ୍ଭର ପୁତ୍ରବଧୂ, ଯେ ତୁମ୍ଭକୁ ପ୍ରେମ କରେ, ସେ ଯେ ସାତ ପୁତ୍ରମାନଙ୍କଠାରୁ ତୁମ୍ଭ ପ୍ରତି ଅଧିକ ଉତ୍ତମ—ତାହାକୁ ପ୍ରସବ କରିଅଛି।” 16ଆଉ ନୟମୀ ଶିଶୁକୁ ଘେନିଲା ଆଉ ତାହାକୁ ନିଜ କୋଳରେ ରଖିଲା ଓ ସେ ତାହାର ସେବାକାରିଣୀ ହେଲା। 17ଏହିରୂପେ “ନୟମୀର ଏକ ପୁତ୍ର ଜନ୍ମିଅଛି,” ଏହି କଥା କହି ପ୍ରତିବାସିନୀ ସ୍ତ୍ରୀମାନେ ତାହାର ଏକ ନାମକରଣ କଲେ। ପୁଣି ସେମାନେ ତାହାର ନାମ ଓବେଦ୍ (ସେବକ) ରଖିଲେ। ସେ ଦାଉଦର ପିତାମହ ଯିଶୀର ପିତାମହ ଥିଲେ। 18ବର୍ତ୍ତମାନ ପେରସର ବଂଶାବଳୀ ଏହି: ପେରସର ପୁତ୍ର ହିଷ୍ରୋଣ; 19ପୁଣି ହିଷ୍ରୋଣର ପୁତ୍ର ରାମ୍; ଓ ରାମ୍ର ପୁତ୍ର ଅମ୍ମୀନାଦବ; 20ଓ ଅମ୍ମୀନାଦବର ପୁତ୍ର ନହଶୋନ; ଓ ନହଶୋନର ପୁତ୍ର ସଲମୋନ; 21ଓ ସଲମୋନର ପୁତ୍ର ବୋୟଜ; ଓ ବୋୟଜର ପୁତ୍ର ଓବେଦ୍; 22ପୁଣି ଓବେଦ୍ର ପୁତ୍ର ଯିଶୀ; ଓ ଯିଶୀର ପୁତ୍ର ଦାଉଦ।